ଫ୍ରାନ୍ସ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ
Advertisement
trendingNow1791356

ଫ୍ରାନ୍ସ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ସୂଚନାନୁସାରେ, ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ (Shireen Mazari) ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ  (France President Emmanuel Macron)ଙ୍କ ବିଷୟରେ ଏକ ବିବାଦୀୟ ଟ୍ୱିଟ୍ କରିଥିଲେ । ମଜାରୀଙ୍କ ଟ୍ୱିଟକୁ ନେଇ ଫ୍ରାନ୍ସ ଆପତ୍ତି କରିବା ପରେ ସେ ଶେଷରେ ତାଙ୍କ ଟ୍ୱିଟକୁ ଡିଲିଟ କରିଦେଇଥିଲେ ।

ଫ୍ରାନ୍ସ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ନୂଆଦିଲ୍ଲୀ: ନିଜର କାର୍ଯ୍ୟ ପାଇଁ ପାକିସ୍ତାନକୁ ଅନେକ ଥର ଅନ୍ୟ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି, କିନ୍ତୁ ସେ ନିଜ ବ୍ୟବହାରରେ କୌଣସି ପରିବର୍ତ୍ତନ ଆଣିବାକୁ ନାରାଜ । ଏଥର ପାକିସ୍ତାନକୁ ଫ୍ରାନ୍ସ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଛି । ଏହି ମାମଲା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ (Emmanuel Macron) ଙ୍କ ସହ ଜଡ଼ିତ ଅଛି । ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଶିରିନ୍ ମଜାରୀ (Pakistan Human Rights Minister Shireen Mazari) ଏକ ବିବାଦୀୟ ଟ୍ୱିଟ୍ କରିଥିଲେ । ଯାହାକୁ ପରେ ହଟାଇବାକୁ ପଡିଛି ।

ସୂଚନାନୁସାରେ, ପାକିସ୍ତାନର ମାନବାଧିକାର ମନ୍ତ୍ରୀ ଶିରିନ ମଜାରୀ (Shireen Mazari) ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ  (France President Emmanuel Macron)ଙ୍କ ବିଷୟରେ ଏକ ବିବାଦୀୟ ଟ୍ୱିଟ୍ କରିଥିଲେ । ମଜାରୀଙ୍କ ଟ୍ୱିଟକୁ ନେଇ ଫ୍ରାନ୍ସ ଆପତ୍ତି କରିବା ପରେ ସେ ଶେଷରେ ତାଙ୍କ ଟ୍ୱିଟକୁ ଡିଲିଟ କରିଦେଇଥିଲେ ।

ଅଧିକ ପଢ଼ନ୍ତୁ:-ଅଧିକ ଶୋଇବାରୁ ହୋଇଥାଏ ଏହି ୫ଟି କ୍ଷତି, ରଖନ୍ତୁ ଏହାର ଖାସ୍ ଧ୍ୟାନ

ମଜାରୀ ରବିବାର କହିଛନ୍ତି ଯେ ମୁଁ ଯେଉଁ ଆର୍ଟିକିଲର ଉଦାହରଣ ଦେଇଥିଲି । ମୁଁ ମୋର ଟ୍ୱିଟ୍ ମଧ୍ୟ ହଟାଇ ଦେଇଛି, ଯାହାକୁ ବିରୋଧ କରାଯାଇଥିଲା ।

ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଫ୍ରାନ୍ସ ସରକାର 

ବାସ୍ତବରେ ପାକିସ୍ତାନର ମାନବାଧିକାର ମନ୍ତ୍ରୀଙ୍କ ବୟାନରେ ଫ୍ରାନ୍ସ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଇସଲାମାବାଦକୁ ବୟାନର ସ୍ପଷ୍ଟୀକରଣ ମାଗିଥିଲା ​​ଏବଂ ଏହି ମନ୍ତବ୍ୟକୁ ନେଇ ସଂଶୋଧନ କରିବା ଓ ସମ୍ମାନ ଆଧାରରେ ଆଲୋଚନା ପଥରେ ଆଗକୁ ବଢ଼ିବାକୁ କୁହାଯାଇଥିଲା ।

ଫ୍ରାନ୍ସର ବିରୋଧ ଆଗରେ ମୁଣ୍ଡ ନୁଆଁଇ ଶିରିନ୍ ମଜାରୀଙ୍କୁ ଏବେ ତାଙ୍କର ବିବାଦୀୟ ଟ୍ୱିଟ୍ ଡିଲିଟ କରିବାକୁ ପଡିଛି ।

ଅଧିକ ପଢ଼ନ୍ତୁ:-ଟ୍ରମ୍ପଙ୍କୁ ଲାଗିଲା ଆଉ ଏକ ଝଟକା

କ'ଣ ଥିଲା ମାମଲା

ଶନିବାର ଏକ କାହାଣୀର ଲିଙ୍କ ସେୟାର କରି ପାକିସ୍ତାନୀ କ୍ୟାବିନେଟ ମନ୍ତ୍ରୀ ଶିରିନ ମଜାରୀ ଲେଖିଛନ୍ତି ଯେ, "ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିମାନେ ୟହୁଦୀମାନଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ସେହିଭଳି ମାକ୍ରୋନ୍ସ ମୁସଲମାନମାନଙ୍କ ପ୍ରତି ବ୍ୟବହାର କରୁଛନ୍ତି ।" ଯାହା ପରେ ବିବାଦ ଦେଖାଦେଇଥିଲା ।

ଅଧିକ ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'

ପାକିସ୍ତାନ ମନ୍ତ୍ରୀଙ୍କ ଏହି ଟ୍ୱିଟରେ ଫ୍ରାନ୍ସ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ହଟାଇବାକୁ ଦାବି କରିଥିଲା । ଫ୍ରାନ୍ସର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଏହି ଶବ୍ଦଗୁଡ଼ିକ ଘୃଣାରେ ପରିପୂର୍ଣ୍ଣ ଏବଂ ସଂପୂର୍ଣ୍ଣ ମିଛ, ଯାହା ହିଂସା ଆଦର୍ଶ ସହିତ ଜଡିତ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ ଏହା ମଧ୍ୟ କୁହାଯାଇଛି ଯେ ଆମେ ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ ଏବଂ ଏହି ସ୍ତରର କଥା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ ।

Trending news